Categories: ଜାତୀୟ

ମୋଦି ଜ୍ୟାକେଟ ସହ ଭିନ୍ନ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କୁନି କୁନି ଶିଶୁ

ନୂଆଦିଲ୍ଲୀ,୧୭।୯: ଆଜି ସମଗ୍ର ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଅନେକ ସୁନ୍ଦର ଝଲକ ଦେଖିବାକୁ ମିଳୁଛ। ଆଜି ଦେଶ ତଥା ବିଦେଶ, ଦଳ ଏବଂ ବିରୋଧୀ ସମସ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୭୩ତମ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।
ଏହି ଅବସରରେ ପଶ୍ଚିମବଙ୍ଗର ସିଲିଗୁରିରୁ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଛୋଟ ପିଲାମାନେ ପ୍ରଧାନମନ୍ତ୍ରୀଙ୍କ ପରି ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ସେମାନଙ୍କ ସାମ୍ନାରେ ଟେବୁଲ ଉପରେ ଏକ ପିଠା ରଖାଯାଇଛି। ଏହି ସମସ୍ତ ପିଲାମାନେ ମୋଦି ଅବତାରରେ ବହୁତ ସୁନ୍ଦର ଦେଖାଯାଉଛନ୍ତି।
ନ୍ୟୁଜ ଏଜେନ୍ସି ଏଏନଆଇକୁ ସୂଚନା ଦେଇ ଏହି ପିଲାମାନଙ୍କର ଜଣେ ଶିକ୍ଷକ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ମହତ୍ତ୍ୱ ବିଷୟରେ ପିଲାମାନଙ୍କୁ କହିବା ପାଇଁ ଜନ୍ମଦିନ ପାଳନ କରାଯାଇଛି। ସେ କହିଛନ୍ତି, ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ପାଳନ କରୁଛୁ, ପିଲାମାନଙ୍କୁ ଏହି ଦିନର ମହତ୍ତ୍ୱ ବିଷୟରେ କହିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ପ୍ରଧାନମନ୍ତ୍ରୀ ସରକାରର ମୁଖ୍ୟ ତେଣୁ ଏହି ସ୍ବତନ୍ତ୍ର କ୍ଷେତ୍ର ବିଷୟରେ ସୂଚନା ଦେବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ।

Share