ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ ମାଧ୍ୟମରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ନେତାନ୍ୟାହୁ ଫୋନ କରିଥିଲେ ଏବଂ ଏହି ସମୟରେ ମୁଁ ତାଙ୍କୁ କହିଛି ଆମେ କଷ୍ଟ ସମୟରେ ଆପଣଙ୍କ ସହ ଅଛୁ।

ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ମୋତେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଫୋନ କରି ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଏହି କଷ୍ଟ ସମୟରେ ଭାରତର ଲୋକମାନେ ଇସ୍ରାଏଲ ସହିତ ଦୃଢ ଭାବରେ ଠିଆ ହୋଇଛନ୍ତି। ଭାରତ ଆତଙ୍କବାଦକୁ ଏହାର ସମସ୍ତ ରୂପକୁ ନିନ୍ଦା କରୁଛି।

Share