Categories: ଜାତୀୟ

ସ୍ବତନ୍ତ୍ର ଭାବରେ ରକ୍ଷାବନ୍ଧନ ପାଳିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୧ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ କୁନିକୁନି ଝିଅମାନଙ୍କ ସହ ସହ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି। ଆଜି ମୋଦିଙ୍କୁ ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ସଫେଇ କର୍ମଚାରୀ, ଚପରାସୀ, ମାଳି, ଡ୍ରାଇଭରଙ୍କ ଝିଅମାନେ ରାଖୀ ବାନ୍ଧିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀମାନେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ଦେଶବାସୀଙ୍କୁ ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଥିଲେ।

Share