Categories: ଜାତୀୟ

ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

ଶିମ୍‌ଲା,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚି ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଏହି ସମୟରେ ସେ ଯବାନଙ୍କୁ ଉତ୍ସାହିତ ଏବଂ ପ୍ରେରଣା ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହା ଏକ ଅଦ୍ଭୁତ ସାକ୍ଷାତ। ସଂଯୋଗ ଏବଂ ଆନନ୍ଦରେ ପରିପୂର୍ଣ୍ଣ ଏହି ମୂହୁର୍ତ୍ତ ଆପଣଙ୍କ ଏବଂ ଦେଶବାସୀଙ୍କ ପାଇଁ ନୂଆ ଆଲୋକ ପହଞ୍ଚାଇବ। ଭାରତର ପ୍ରଥମ ଗାଁରୁ ଦୀପାବଳି ପାଳନ କରିବା ସମୟରେ ଦେଶବାସୀଙ୍କୁ ମୋର ଅଭିନନ୍ଦନ।

Share