ନୂଆଦିଲ୍ଲୀ,୧୦ ।୯: ଦେଶରେ କରୋନାର ଦ୍ୱିତୀୟ ଲହର କମି କମି ଆସୁଥିବା ବେଳେ ତୃତୀୟ ଲହରକୁ ନେଇ ବେଳକୁ ବେଳ ଆଶଙ୍କା ବଢିବାରେ ଲାଗିଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କରୋନା ସ୍ଥିତି ଓ ଟିକାକରଣକୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକରେ ଯୋଗ ଦେଇଥିଲେ । ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୌଠକରେ ଦେଶରେ କେରାନାର ସ୍ଥିତିକୁ ନେଇ ଆଲୋଚନା ହୋଇଥିଲା । ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଥିଲେ ଦେଶରେ ଏବେବି କରୋନାର ଭୟ ଲାଗି ରହିଛି । ଦ୍ୱିତୀୟ ଲହର ଏପର୍ଯ୍ୟନ୍ତ କମ୍ ହୋଇ ନାହିଁ । ତେଣୁ ଆମକୁ ଯେତେ ସତର୍କତା ଅବଲମ୍ବନ କରିବାକୁ ପଡିବ । ସୂଚନାଯୋଗ୍ୟ, ଦେଶରେ ଦିନେ ସଂକ୍ରମଣ କମି ଯାଇଥିବା ବେଳେ ଆର ଦିନକୁ ଏହା ପୁଣି ବଢିଯାଉଛି । ଯାହା ଉଭୟ ପ୍ରଶାସନ ଓ ସାଧାରଣ ଜନତାଙ୍କ ନିଦ ଅଜାଇ ଦେଉଛି ।