Categories: ଜାତୀୟ

କାବୁଲ ଗୁରୁଦ୍ୱାରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ମୋଦି

ନୂଆଦିଲ୍ଲୀ,୧୯ ।୬: ଆଫଗାନିସ୍ତାନର ରାଜଧାନୀ କାବୁଲ ସ୍ଥିତ କାର୍ତେ ପରୱାନ ଗୁରୁଦ୍ୱାରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ନିନ୍ଦା କରିଛନ୍ତି । ତାଲିବାନ ଶାସିତ ଆଫଗାନିସ୍ତନରେ ସଂଖ୍ୟାଲଘୁଙ୍କ ଧାର୍ମିକ ସ୍ଥଳକୁ ଟାର୍ଗେଟ କରି କରାଯାଉଥିବା ଆକ୍ରମଣର ଏହା ଏକ ନୂଆ ଘଟଣା । ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶନିବାର ଏକ ଗୁରୁଦ୍ୱାରରେ ବିସ୍ଫୋରଣ ହୋଇଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୭ ଆହତ ହୋଇଛନ୍ତି ।
ଏହି ଘଟଣାକୁ ନେଇ ମୋଦି ଟୁଇଟ କରି କହିଛନ୍ତି କାର୍ତେ ପରୱାନ ଗୁରୁଦ୍ୱାରରେ କରାଯାଇଥିବା କାପୁରୁଷ ଆକ୍ରମଣ ମୋତେ ସ୍ତବ୍ଧ କରିଛି । ଏହା ଖୁବ୍ ନୀନ୍ଦନୀୟ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି । ଏହାସହ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବି ଏହି ଘଟଣାର ନିନ୍ଦା କରି ଟୁଇଟ କରିବା ସହ ଭାରତ ଆଫଗାନିସ୍ତାନର ରାଜଧାନୀରେ ଘଟିଥିବା ଘଟଣା ଉପରେ ନଜର ରଖିଥିବା କହିଛନ୍ତି ।

Share