Advertisement
Categories: ଜାତୀୟ

ପୁଣି ଥରେ ବିଶ୍ୱର ଲୋକପ୍ରିୟ ନେତା ହେଲେ ମୋଦି, ବାଇଡେନ-ସୁନକଙ୍କ ସମେତ ୨୨ ଲିଡର୍‌ଙ୍କୁ ପକାଇଲେ ପଛରେ…

ନୂଆଦିଲ୍ଲୀ,୩।୨: ଅନ୍ତର୍ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଭାବ ଜାରି ରହିଛି। ସେ ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଦୌଡ଼ରେ ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସମେତ ୨୨ ବିଶ୍ୱନେତାଙ୍କୁ ପଛରେ ପକାଇ ନମ୍ବର-୧ ନେତା ପାଲଟିଛନ୍ତି। ମର୍ନିଂ କନ୍ସଲ୍ଟ ଦ୍ୱାରା ଏହି ସର୍ଭେ କରାଯାଇଛି।

ମର୍ନିଂ କନ୍ସଲ୍ଟର ୱେବସାଇଟରେ ପ୍ରକାଶିତ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୮% ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂ (ବିଶ୍ୱସ୍ତରୀୟ ନେତାଙ୍କ ଅନୁମୋଦନ ମୂଲ୍ୟାୟନ) ସହ ଶୀର୍ଷରେ ରହିଛନ୍ତି। ସର୍ବଶେଷ ମୂଲ୍ୟାୟନ ଅନୁଯାୟୀ, ଲୋକପ୍ରିୟତା ଦୃଷ୍ଟିରୁ ମୋଦି ୨୨ ଟି ଦେଶର ବିଶ୍ୱ ନେତାଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ନେତାମାନଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପ୍ରମୁଖ ଅଛନ୍ତି। ପିଏମ ମୋଦିଙ୍କ ପରେ ମେକ୍ସିକୋର ରାଷ୍ଟ୍ରପତି ଲୋପେଜ ଓବ୍ରାଡୋର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କର ଆପ୍ରୁଭାଲ ରେଟିଂ(ଅନୁମୋଦନ ମୂଲ୍ୟାୟନ) ୬୮ ପ୍ରତିଶତ ରହିଛି।

ସର୍ଭେ କିପରି କରାଯାଏ?
ମର୍ନିଂ କନ୍ସଲ୍ଟିଂ ୨୬ ଜାନୁୟାରୀରୁ ୩୧ ଜାନୁୟାରୀ ମଧ୍ୟରେ ଏହି ସର୍ଭେ କରିଛି। ଏଥିପାଇଁ ମର୍ନିଂ କନ୍ସଲ୍ଟ ଦୈନିକ ୨୦,୦୦୦ ରୁ ଅଧିକ ବିଶ୍ୱସ୍ତରୀୟ ସାକ୍ଷାତକାର ପରିଚାଳନା କରେ। ସାକ୍ଷାତକାରରେ ପ୍ରାପ୍ତ ଉତ୍ତରଗୁଡିକ ଉପରେ ଆଧାର କରି, ବିଶ୍ୱ ନେତାଙ୍କ ବିଷୟରେ ତଥ୍ୟ ପ୍ରସ୍ତୁତ କରାଯାଇଥାଏ।

global leaderglobal leader

Share