Categories: ଜାତୀୟ

ପ୍ରଧାନମନ୍ତ୍ରୀ ଡାକିଲେ ମନ୍ତ୍ରୀସ୍ତରୀୟ ବୈଠକ

ନୂଆଦିଲ୍ଲୀ,୩୦।୪: ଦେଶରେ କରୋନା ଦ୍ରୁତ ଗତିରେ ମାଡିଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କ୍ୟାବିନେଟର ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ କେବଳ କ୍ୟାବିନେଟ ମନ୍ତ୍ରୀ, ସ୍ବାଧୀନ ଏବଂ ରାଜ୍ୟ ପାହ୍ୟା ମନ୍ତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଏକ ଭର୍ଚୁଆଲ ଢଙ୍ଗରେ ଡକାଯାଇଥିବା ଏହି ବୈଠକରେ କରୋନା ମହାମାରୀକୁ ଦୂର କରିବା ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟରେ ମହାମାରୀର ସ୍ଥିତି ଉପରେ ମଧ୍ୟ ସମୀକ୍ଷା କରୁଛନ୍ତି। ଡାକ୍ତରଖାନାରେ ଶଯ୍ୟା ଅଭାବ, ଅମ୍ଳଜାନ ଅଭାବ, ଟୀକାକରଣର ସ୍ଥିତି ଏବଂ ଅତ୍ୟାବଶ୍ୟକ ଔଷଧର ଉପଲବ୍ଧତା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋଚନା ହେଉଛି।

Share