Categories: ଜାତୀୟ

ଅତ୍ୟଧିକ ସମ୍ବେଦନଶୀଳ ଅଞ୍ଚଳରେ ଫସି ଯାଇଥିଲେ ମୋଦି, ପାକ୍ ସୀମା ଥିଲା ମାତ୍ର ୩୦ କିଲୋମିଟର ଦୂର!

ନୂଆଦିଲ୍ଲୀ,୬ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପଞ୍ଜାବ ଗସ୍ତ ସମୟରେ ଏକ ସମ୍ବେଦନଶୀଳ ଅଞ୍ଚଳରେ ଫସି ଯାଇଥିବା ଜଣାପଡିଛି । କେତେଜଣ ବିରୋଧ ପ୍ରଦର୍ଶନକାରୀ ହଠାତ୍ ଚାଲି ଆସିବାରୁ ପ୍ରଧାନମନ୍ତ୍ରୀଙ୍କ ଗାଡି ଅଧା ରାସ୍ତାରେ ଅଟକି ଯାଇଥିଲା । ପାଖାପାଖି ୨୦ ମିନିଟ କାଳ ମୋଦି ରାସ୍ତାରେ ଅଟକି ରହି ଶେଷକୁ ଦିଲ୍ଲୀ ଫେରି ଆସିଥିଲେ । ଏବେ ଏହାକୁ ନେଇ ରାଜନୀତି ହୋଇଛି ସରଗରମ । ପଞ୍ଜାବ ସରକାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଏବେ ଜଣାପଡିଛି କି ମୋଦି ଯେଉଁଠି ଫସି ରହିଥିଲେ ତାହା ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ । ପୂର୍ବରୁ ଏହି ଅଞ୍ଚଳରେ ଆତଙ୍କବାଦୀମାନେ ବିସ୍ଫୋରଣ କରି ସାରିଛନ୍ତି । ଏହାସହ ସେହି ଅଞ୍ଚଳ ହେରୋଇନ ଚୋରା କାରବାରର ପେଣ୍ଠସ୍ଥଳ ବୋଲି କୁହାଯାଏ । ଏମିତି ଅଞ୍ଚଳରେ ମୋଦି ଅଟକି ରହିଥିବାରୁ ତାଙ୍କ ସୁରକ୍ଷାକର୍ମୀ ଓ ଅଧିକାରୀଙ୍କ ଝାଳ ବାହାରି ଯାଇଥିଲା । ତଲୱାଇ ଭାଇଠାରୁ କିଛି ଦୂର ଅର୍ଥାତ୍ ଏହା ଭାରତ-ପାକ୍ ସୀମାଠାରୁ ପ୍ରାୟ ୩୦ କିଲୋମିଟର ଦୂର ବୋଲି ଜଣାପଡିଛି । ଏଠାରେ ପୂର୍ବରୁ ଟିଫିନ୍ ବୋମା ବିସ୍ଫୋରଣ ହୋଇଥିବା ସୂଚନା ରହିଛି । ତେଣୁ ଏପରି ସ୍ଥାନରେ ମୋଦିଙ୍କ ଗାଡି ଫସି ରହିବା ଚିନ୍ତାର କାରଣ ପାଲଟି ଯାଇଥିଲା ।

Share