ନୂଆଦିଲ୍ଲୀ,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ ପୂର୍ବରୁ ଭାଜପା କାର୍ଯ୍ୟାଳୟରେ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ସେବେଠାରୁ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଥିଲା। ତେବେ ଚିଠି ପଠାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କୋଚି ପୋଲିସ କମିଶନର କେ. ସେତୁ ରମଣ କହିଛନ୍ତି। ତେବେ ଅଭିଯୁକ୍ତଙ୍କ ନାମ ଜାଭିୟର ହୋଇଥିବାବେଳେ ପଚରାଉଚରାବେଳେ ଅଭିଯୁକ୍ତ କହିଥିଲେ, ସେ ତାଙ୍କ ପଡ଼ୋଶୀଙ୍କୁ ଫସାଇବାକୁ ଏଭଳି କରିଥିଲେ। ପଡୋଶୀଙ୍କ ସହ ତାଙ୍କର ଦୀର୍ଘଦିନ ଧରି ଶତ୍ରୁତା ରହି ଆସିଥିଲ। ଆଉ ପଡୋଶୀଙ୍କ ନାମରେ ଏହି ଧମକପୂର୍ଣ୍ଣ ଚିଠି ପଠାଇ ତାଙ୍କୁ ଫସାଇବାକୁ ସେ ଯୋଜନା କରିଥିଲେ।