Categories: ଜାତୀୟ

ହିନ୍ଦୁସ୍ତାନ, ଇଣ୍ଡିଆ ରଖାଯାଇ ପାରିଥାଆନ୍ତା, ‘ଶିବଶକ୍ତି’ କାହିଁକି,ଚନ୍ଦ୍ରାୟନ-୩ ଲ୍ୟାଣ୍ଡିଂ ପଏଣ୍ଟକୁ ନେଇ ପ୍ରଶ୍ନ ଉଠାଇଲେ ମୌଲାନା ସୈଫ

ନୂଆଦିଲ୍ଲୀ,୨୬।୮: ଅଗଷ୍ଟ ୨୩ରେ ଭାରତ ଇତିହାସ ରଚିଛି। ଚନ୍ଦ୍ରାୟାନ-୩ ଚନ୍ଦ୍ରର ସାଉଥ ପୋଲରେ ଲ୍ୟାଣ୍ଡିଂ କରି ଭାରତକୁ ଏହି କ୍ଷେତ୍ରରେ ବିଶ୍ୱରେ ପ୍ରଥମ ଦେଶ ଭାବେ ପରିଚିତ କରାଇଲା। ଏହାସହ ଚନ୍ଦ୍ରରେ ପହଞ୍ଚିଥିବା ଚତୁର୍ଥ ଦେଶର ମାନ୍ୟତା ପାଇଲା ଭାରତ। ଏହି ଉପଲବ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଘୋଷଣା କଲେ ଯେ ଚନ୍ଦ୍ରାୟନ-୩ର ଲ୍ୟାଣ୍ଡିଂ ପଏଣ୍ଠକୁ ‘ଶିବଶକ୍ତି’ ନାମରେ ବିବେଚନା କରାଯିବ। ଏବେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଲାଣି।

ମୌଲାନା ସୈଫ ଅବ୍ବାସ ନକଭି କହିଛନ୍ତି ଯେ ଆମ ଦେଶର ବୈଜ୍ଞାନିକ ତଥା ଇଣ୍ଡିଆନ ରିସର୍ଚ୍ଚ ଅର୍ଗାନାଇଜେଶନର ସଫଳତା ହେଉଛି ଦେଶର ସଫଳତା। ଏହାକୁ ଏହିପରି କହିବା ଠିକ ନୁହେଁ । ଏହାର ନାମ ହିନ୍ଦୁସ୍ତାନ ହେବା ଉଚିତ। ଯେଉଁଠାରେ ବିକ୍ରମ ଲ୍ୟାଣ୍ଡର୍‌ ଅବତରଣ କରିଥିଲା ସେହି ସ୍ଥାନର ନାମ ଭରତ ହେବା ଉଚିତ। ହିନ୍ଦୁସ୍ତାନକୁ ରଖିଥାଆନ୍ତେ, ଇଣ୍ଡିଆ ବା ଭାରତ ରଖିଥିଲେ ଏହା ଉପଯୁକ୍ତ ହୋଇଥାନ୍ତା।

Share