Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ପ୍ରସଙ୍ଗ: ହାଇକୋର୍ଟରେ ପିଟିସନ ଦାଖଲ କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ଗୁଜରାଟ ହାଇକୋର୍ଟରେ ଏକ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। ମାର୍ଚ୍ଚ ୩୧ରେ ଶୁଣାଣି ହୋଇଥିବା ଆଦେଶ ଉପରେ ଏଏପି ସଂଯୋଜକ ରିଭ୍ୟୁ ପିଟିସନ ଦାଖଲ କରିଥିବା ଜଣାପଡିଛି। କୋର୍ଟ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)ଙ୍କ ଏହି ଆଦେଶକୁ ଖାରଜ କରିଦେଇଥିଲେ। ଯେଉଁଥିରେ ଡିଗ୍ରୀ ଶେୟାର କରିବାକୁ କୁହାଯାଇଥିଲା। ଏହା ସହିତ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଉପରେ ମଧ୍ୟ ୨୫ ହଜାର ଟଙ୍କା ଜରିମାନା ଲଗାଯାଇଥିଲା।

କେଜ୍‌ରିଓ୍ବାଲଙ୍କ ସମୀକ୍ଷା ଆବେଦନ ଉପରେ ଶୁଣିବା ପରେ ଗୁଜରାଟ ହାଇକୋର୍ଟର ଜଷ୍ଟିସ ବିରେନ ବୌଷ୍ଣବ ଏହି ମାମଲାକୁ ଗ୍ରହଣ କରିଛନ୍ତି। ଜଷ୍ଟିସ ବିରେନ ବୌଷ୍ଣବଙ୍କ ଖଣ୍ଡପୀଠ ଶୁକ୍ରବାର ଗୁଜରାଟ ବିଶ୍ୱବିଦ୍ୟାଳୟ, ମୁଖ୍ୟ ସୂଚନା କମିଶନର, ତତ୍କାଳୀନ ସିଆଇସି ପ୍ରଫେସର ଏମ ଶ୍ରୀଧର ଆଚାର୍ୟୁଲୁ ଏବଂ ୟୁନିଅନ ଅଫ ଇଣ୍ଡିଆକୁ ଏକ ରାୟ ପ୍ରଦାନ କରିଛନ୍ତି ଏବଂ ଜୁନ ୩୦ରେ ଏହାର ଶୁଣାଣି ପାଇଁ ତାଲିକାଭୁକ୍ତ କରିଛନ୍ତି।

Share