Categories: ଜାତୀୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ବିବାଦ: କେଜରିଓ୍ବାଲ-ସଞ୍ଜୟଙ୍କ ବିରୋଧରେ ମାନହାନୀ ମାମଲା ଶୁଣାଣି ଉପରେ ରହିତାଦେଶ

ନୂଆଦିଲ୍ଲୀ,୧୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ବିବାଦୀୟ ଟିପ୍ପଣୀ ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଏଏପି ଏମପି ସଞ୍ଜୟ ସିଂହଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାର ଶୁଣାଣି ଉପରେ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ। ଗୁଜରାଟର ଏକ ଟ୍ରାଏଲ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା । ହେଲେ ହାଇକୋର୍ଟରେ ମାମଲା ଲମ୍ବିତ ଥିବାରୁ ସୁପ୍ରିମକୋର୍ଟ ଏହା ଉପରେ ରହିତାଦେଶ ଲଗାଇଛନ୍ତି।

ମଙ୍ଗଳବାର ବିଆର୍‌ ଗବଇ ଓ ସନ୍ଦୀପ ମେହେଟାଙ୍କର ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଗୁଜୁରାଟ ଟ୍ରାଏଲ କୋର୍ଟ ଏହି ମାମଲାରେ ଏଏପି ନେତାଙ୍କୁ ଯେଉଁ ସମନ ପଠାଇଛନ୍ତି ସେ ବିଷୟରେ ୪ ସପ୍ତାହ ଭିତରେ ବିଚାର କରିବାକୁ ସୁପ୍ରିମକୋର୍ଟ ଗୁଜରାଟ ହାଇକୋର୍ଟଙ୍କୁୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ନିଷ୍ପତ୍ତି ନ ଆସିବା ଯାଏ, ଟ୍ରାଏଲ କୋର୍ଟରେ ମାମଲାର ଶୁଣାଣି ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉ କି, ମାନହାନୀ ମାମଲା ଗୁଜରାଟ ହାଇକୋର୍ଟରେ ଲମ୍ବିତ ଥିବାବେଳେ ଗୁଜରାଟର ଏକ ଟ୍ରାଏଲ କୋର୍ଟରେ ଏହାର ଶୁଣାଣି ଚାଲିଥିଲା । ଏ ନେଇ ଟ୍ରାଏଲ କୋର୍ଟ ଏଏପିର ଏହି ଦୁଇ ନେତାଙ୍କୁ ସମନ କରିଥିଲେ । ଏହି କ୍ରମରେ ଆପ ନେତା ଟ୍ରାଏଲ କୋର୍ଟର ସମନକୁ ରଦ୍ଦ କରିବା ନେଇ ସୁପ୍ରିମକୋର୍ଟରେର୍ଟ ଚ୍ୟାଲେଞ୍ଜ କରିଥିଲେ । ତେବେ ଗୁଜରାଟ ହାଇକୋର୍ଟଙ୍କ ନିଷ୍ପତ୍ତି ନ ଆସିବା ଯାଏ ଟ୍ରାଏଲ କୋର୍ଟରେ ଏହି ମାମଲାର ଶୁଣାଣି ସ୍ଥଗିତ ରହିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share