Categories: ଜାତୀୟ

ମନ୍ତ୍ରୀଙ୍କୁ ମୋଦିଙ୍କ ନିର୍ଦ୍ଦେଶ: ବଜେଟର ହେଉ ପୂର୍ଣ୍ଣ ବ୍ୟବହାର, ଟିମ ଭଳି କାମ କର, ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁ ଯୋଜନା

ନୂଆଦିଲ୍ଲୀ,୨୮ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ଟିମ୍ ବା ଦଳୀୟ ଭାବନାର ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି । ସେ ସମସ୍ତ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ସେମାନେ ଏକ ଟିମ୍ ଭଳି କାର୍ଯ୍ୟ କରନ୍ତୁ । ଏହାସହ ପରସ୍ପର ପରସ୍ପର ମନ୍ତ୍ରଣାଳୟ ସମ୍ପର୍କରେ ସୂଚନା ରଖନ୍ତୁ । ଏହା ବ୍ୟତୀତ ସମସ୍ତ ମନ୍ତ୍ରୀ ଆବଣ୍ଟିତ ବଜେଟର ସମ୍ପୂର୍ଣ୍ଣ ଉପଯୋଗ କରନ୍ତୁ । ଏହାସହ ପ୍ରକୃତ ହିତାଧିକାରୀଙ୍କ ନିକଟରେ ସମସ୍ତ ଯୋଜନା ପହଞ୍ଚୁ । ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି, ପ୍ରତି ୬ ସପ୍ତାହରେ ସମସ୍ତ ମନ୍ତ୍ରୀ ପରସ୍ପରକୁ ସାକ୍ଷାତ୍ କରନ୍ତୁ ଫଳରେ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ବଜାୟ ରହିବ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ବିଳମ୍ବିତ ସନ୍ଧ୍ୟାରେ ତାଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କ ସହ ଏକ ମାରାଥନ ବୈଠକରେ ଯୋଗ ଦେଇଥିଲେ । ପ୍ର୍ରାୟ ସାଢେ ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ସେ ପୂର୍ବପରି ଯେମିତି ତାଙ୍କ ମନ୍ତ୍ରିମଣ୍ଡଳର ସହଯୋଗୀଙ୍କ ସହ ବିଚାର ବିମର୍ଶ କରନ୍ତି ସେମିତି ବିଚାର ବିମର୍ଶ କରିଥିଲେ । ଉତ୍ତର ପ୍ରଦେଶ ସମେତ ୪ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ମନ୍ତ୍ରୀମାନଙ୍କ ସହ ମୋଦିଙ୍କର ଏହା ପ୍ରଥମ ବୈଠକ ଥିଲା ।

Share