Categories: ଜାତୀୟ

ଆସାମ ଗସ୍ତରେ ମୋଦି: ଭୂମିହୀନଙ୍କୁ ବାଣ୍ଟିଲେ ଜମି ପଟ୍ଟା

ନୂଆଦିଲ୍ଲୀ,୨୩ ।୧: ମିଶନ ବଙ୍ଗାଲ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରଥମେ ଆସାମ ଗସ୍ତ କରିଛନ୍ତି । ସେଠାରେ ସେ ପାଖାପାଖି ୧ଲକ୍ଷ ୬ ହଜାର ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି । ସେଠାରେ ସେ ଏକ ଜନସଭାକୁ ଉଦ୍‌ବୋଧନ ଦେଇ କହିଛନ୍ତି ପୃଥିବୀ ହେଉଛି ଆମର ମା’ ସମାନ । ବିରୋଧିଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ପୂର୍ବରୁ ଥିବା ସରକାର ଭୂମିହୀନଙ୍କୁ ଜମି ଦେବା କଥା କେବେ ଭାବି ନ ଥିଲେ ବା ଏଥିରେ ତାଙ୍କର କୌଣସି ଆଗ୍ରହ ନ ଥିଲା । ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ପ୍ରଥମେ ସାଢେ ୨ଲକ୍ଷ ପରିବାରକୁ ଜମି ପଟ୍ଟା ଦେଇଥିବା ବେଳେ ଏବେ ଏଥିରେ ଆଉ ୧ ଲକ୍ଷ ପରିବାର ଯୋଡି ହୋଇ ଯାଇଛନ୍ତି । ଏହାପରେ ମୋଦି କୋଲକାତା ଗସ୍ତ କରିବେ ଓ ଗୋଟିଏ ମଞ୍ଚରେ ମମତା ଓ ମୋଦି ଏକାଠି ହେବେ ବୋଲି ଜଣାପଡିଛି ।

Share