Categories: ଜାତୀୟ

ଭାଜପା ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଚେହେରା ଦେବାର ରାଜନୈତିକ ଷ୍ଟ୍ରାଟେଜି କ’ଣ? ଉତ୍ତର ଦେଲେ ମୋଦି

ନୂଆଦିଲ୍ଲୀ,୨୯।୧୨: ନିକଟରେ ୩ରାଜ୍ୟରେ ନିର୍ବାଚନ ଜିତି ସେଠାରେ ନୂଆ ଚେହାରଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ସୁଯୋଗ ଦେଇ ଭାଜପା ରାଜେନୈତିକ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ଯେବେ ଠୁ ମୋଦି ସରକାର କେନ୍ଦ୍ରରେ କ୍ଷମତାସୀନ ହୋଇଛନ୍ତି ଭାଜପା ରାଜ୍ୟରେ ଏହିଭଳି ନୂଆ ଚେହେରାଙ୍କୁ ଏହିପରି ସୁଯୋଗ ଦିଆଯାଇଛି।

ତେବେ ଏନେଇ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ମୋଦି ଭାଜପାର ଏହି ନୂଆ ଷ୍ଟ୍ରାଟେଜି ଉପରେ ଖୁଲାସା କରିଛନ୍ତି। ସେ କହିଛନ୍ତି, ଏହା କୌଣସି ନୂଆ ଟ୍ରେଣ୍ଡ ନୁହେଁ। ଯେତେବେଳେ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ କମାଣ ସମ୍ଭାଳିଥିଲି, ମୋର ମଧ୍ୟ କୌଣସି ପ୍ରଶାସନିକ ଅନୁଭବ ନ ଥିଲା। ଆପଣଙ୍କୁ ଏସବୁ ନୂଆ ଟ୍ରେଣ୍ଡ ପରି ଦେଖାଯାଉଛି। କାରଣ ଅନ୍ୟସବୁ ପାର୍ଟି ପରିବାବାଦ ଅଟନ୍ତି।

ପିଏମ ମୋଦି ପରିବାରବାଦ ପାର୍ଟି ଉପରେ ଉଲ୍ଲେଖ କରି ଆହୁରି କହିଛନ୍ତି, ପରିବାରବାଦ ପାର୍ଟିଙ୍କୁ ଏପରି ଲୋକତାନ୍ତ୍ରିକ ସରକାର କଠିନ ଲାଗିଥାଏ। ଭାଜପା ନେତୃତ୍ୱଧିନ ସରକାର ବହୁ ନୂଆ ପିଢିଙ୍କୁ ସୁଯୋଗ ଦେବାର କ୍ଷମତା ରଖିଛି। ଆମର କାଡର ଆଧାରିତ ପାର୍ଟି ଅଟେ ଯାହା ସ୍ପଷ୍ଟ ମିଶନ ନେଇ ମଇଦାନକୁ ଓହ୍ଲାଇ ଥାଏ।

ଲୋକତାନ୍ତ୍ରିକ ସରକାରରେ ନୂଆ ପିଢିଙ୍କୁ ସୁଯୋଗ ଦେବା ନିହାତି ଆବଶ୍ୟକ। ଗୁଜୁରାଟ ମନ୍ତ୍ରିମଣ୍ଡଳରେ ଆମେ ସବୁ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛୁ। ସେହିପରି ଦିଲ୍ଲୀର ପୌର ନିର୍ବାଚନରେ ଆମେ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛୁ ବୋଲି ମୋଦି କହିଛନ୍ତି।

Share