Categories: ଜାତୀୟ

ନାମ୍ବୁଥିରିଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୭: ପ୍ରସିଦ୍ଧ ଚିତ୍ରଶିଳ୍ପୀ ଶ୍ରୀ କେଏମ ବାସୁଦେବନ ନାମ୍ବୁଥିରିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ମୋଦି ଟୁଇଟ କରି ଲେଖିଛନ୍ତି, ଶ୍ରୀ କେଏମ ବାସୁଦେବନ ନାମ୍ବୁଥିରି ତାଙ୍କ ଆଇକନିକ ଆର୍ଟଓ୍ବାର୍କ ପାଇଁ ସବୁବେଳେ ମନେ ରହିବେ। ତାଙ୍କର ସୃଜନଶୀଳତା ଓ ପରିଶ୍ରମ ଐତିହାସିକ ଓ ସାଂସ୍କୃତିକ ଦିଗକୁ ଲୋକାଦୃତ କରିଛି। ନାମ୍ବୁଥିରିଙ୍କ ବିୟୋଗରେ ମୁଁ ଗଭିର ମର୍ମାହତ,ଓଁ ଶାନ୍ତି।

ବେଶ ଜଣାଶୁଣା ଚିତ୍ରଶିଳ୍ପୀ ବାସୁଦେବନ ନାମ୍ବୁଥିରିଙ୍କର ଶୁକ୍ରବାର ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ଓଲ୍ଡ୍ଡ ଏଜ ରିଲେଟେଡ ଡିଜିଜ ପାଇଁ ସେ କିଛି ଦିନହେବ ଚିକିତ୍ସିତ ଥିଲେ। ମାଲାପୁରମ ଜିଲାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା।

Share