Categories: ଜାତୀୟ

କୁଏତ ପ୍ରିନ୍ସଙ୍କୁ ପତ୍ର ଲେଖି ଶୁଭକାମନା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଇଦ-ଉଲ-ଅଜହା ବା ବକରିଦ ଅବସରରେ ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଆଜିର ଦିନ ଆପଣ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣିଦେଉ। ଏହାସହ ଆମ ସମାଜରେ ଏକତା ଓ ସଦଭାବନାର ଭାବନାକୁ ବି ବଜାୟ ରଖୁ।

ଏହାସହ ପ୍ରଧାନମନ୍ତ୍ରୀ ମଧ୍ୟ କୁଏତର ନେତା ତଥା ଜନତାଙ୍କୁ ଇଦ ଅଲ-ଅଜହା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। କୁଏତର ଆମୀର ଶେଖ ନୱାଫ, କ୍ରାଉନ ପ୍ରିନ୍ସ ଶେଖ ମିଶାଲ, ପ୍ରଧାନମନ୍ତ୍ରୀ ଶେଖ ଅହମ୍ମଦ ନୱାଫ ଏବଂ କୁଏତର ନାଗରିକମାନଙ୍କୁ ମୋଦି ଶୁଭେଚ୍ଛା ଜଣାଇଛନ୍ତି।
ସେଠାରେ ଥିବା ଭାରତୀୟ ଦୂତାବାସ କହିଛି ଯେ ପବିତ୍ର ବକରିଦ ପର୍ବରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପବିତ୍ର ପର୍ବ ଭାରତରେ ଲକ୍ଷ ଲକ୍ଷ ମୁସଲମାନ ପାଳନ କରନ୍ତି। ଏହା ଆମକୁ ବଳିଦାନ, ଦୟା ଏବଂ ଭାଇଚାରାର ମୂଲ୍ୟବୋଧକୁ ମନେ ପକାଇଥାଏ, ଯାହା ଏକ ଶାନ୍ତିପୂର୍ଣ୍ଣ ଏବଂ ଅନ୍ତର୍ଭୂକ୍ତ ଦୁନିଆ ଗଠନ ପାଇଁ ଜରୁରୀ ଅଟେ ଯାହାକୁ ଆମେ ସମସ୍ତେ କରିବାକୁ ଇଚ୍ଛା କରୁ।
ଏହାସହ ମୋଦି ବୁଧବାର ଇଦ-ଉଲ-ଅଜହା ଅବସରରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଶୁଭକାମନା ଜଣାଇଛନ୍ତି। ସେ ଭରସା ଦେଇଛନ୍ତି କି ଏହି ପବିତ୍ର ଦିନ ଭାରତ ଓ ବାଂଲାଦେଶ ଜନତାଙ୍କୁ ଆହୁରି ନିକଟତର କରିବ।

Share