ନୂଆଦିଲ୍ଲୀ,୫ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟି ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍ କରି ସେ ଗୁଜରାଟବାସୀଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି । ଏହି ଅବସରରେ ଗୁଜରାଟ ବାସିନ୍ଦା ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ବନ୍ଧୁ ବାନ୍ଧବ ଘର ବୁଲି ଯିବାର ପରମ୍ପରା ରହିଛି । ଏହାସହ ଘରେ ଘରେ ମିଠା ଆଦାନ ପ୍ରଦାନ ସହ ଗୁଜରାଟରେ ଏହା କାର୍ତ୍ତିକ ମାସରେ ପାଳନ କରାଯାଇଥାଏ । ଗୁଜରାଟ ନୂଆବର୍ଷକୁ ଉତ୍ତର ଭାରତରେ ଗୋବର୍ଦ୍ଧନ ପୂଜା ଭାବେ ବି ପାଳନ କରାଯାଇଥାଏ । ଦୀପାବଳି ପରଦିନ ଏହାକୁ ପାଳନ କରାଯାଇଥାଏ ।