Categories: ଜାତୀୟ

ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋ ଟ୍ରେନ୍ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶର ପ୍ରଥମ ଚାଳକ ବିହିନ ମେଟ୍ରୋକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ଦିଲ୍ଲୀ ମେଟ୍ରୋର ମଜେଣ୍ଟା ଲାଇନ୍ ଉପରେ ଜନକପୁରୀ ୱେଷ୍ଟ ବଟାନିକାଲ ଗାର୍ଡେନ କରିଡରରେ ୩୭ କିଲୋମିଟର ପରିସରରେ ଦୌଡିବ । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଚାଳକ ବିହିନ ଟ୍ରେନ୍ ସମ୍ପୂର୍ଣ୍ଣ ଅଟୋମଟେିକ । ଏହାପରେ ୨୦୨୧ରେ ପିଙ୍କ ଲାଇନରେ ୫୭ କିଲୋମିଟର ପର୍ଯ୍ୟନ୍ତ ଚାଳକ ବିହିନ ମେଟ୍ରୋ ଚଲିବାର ଯୋଜନା ରହିଛି । ଏହାସହ ମୋଦି ଏୟାରପୋର୍ଟ ଏକ୍ସପ୍ରେସ୍ ଲାଇନରେ ନ୍ୟାଶନାଲ କମନ ମୋବିଲିଟି କାର୍ଡ ସେବାର ଶୁଭାରମ୍ଭ ବି କରିଛନ୍ତି ।

Share