Categories: ଜାତୀୟ

ମୋଦିଙ୍କୁ ନେଇ ଟିଏମ୍‌ସି ନେତାଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, କ୍ରାଶ୍‌ ନ ହୋଇଯାଉ ତେଜସ୍‌ ବିମାନ

ନୂଆଦିଲ୍ଲୀ,୨୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତେଜସ୍‌ ବିମାନ ଚଳାଇବାକୁ ନେଇ ତୃଣମୂଳ କଂଗ୍ରେସ (ଟିଏମସି) ନେତା ଶାନ୍ତନୁ ସେନ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଶାନ୍ତନୁ କହିଛନ୍ତି, ମୁଁ ଟିକେ ଭୟଭୀତ ଅନୁଭବ କରୁଛି। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଥିଲେ,ଇସ୍ରୋ ବିଫଳ ହୋଇଥିଲା। ଅଭିନେତ୍ରୀ କଙ୍ଗନା ରାଣାୱତ ମୋଦିଙ୍କୁ ଭେଟିବା ପରେ ତାଙ୍କ ଫିଲ୍ମ ଏକ ସୁପରଫ୍ଲପ ହୋଇଗଲା। କ୍ରିକେଟର ବିରାଟ କୋହଲି ନରେନ୍ଦ୍ର ମୋଦିଙ୍କ ସହ ହାତ ମିଳାଇବା ପରେ, ସେ ଲଗାତାର ୩ ବର୍ଷ ଶତକ ହାସଲ କରି ନ ଥିଲେ। ବିଶ୍ୱକପରେ ଲଗାତାର ୧୦ଟି ମ୍ୟାଚ ଜିତିବା ପରେ ଭାରତ ହାରି ଯାଇଥିଲା କାରଣ ପିଏମ ମୋଦି ଷ୍ଟାଡିୟମକୁ ଯାଇଥିଲେ। ମୁଁ ଭୟ କରୁଛି ଯେ ତେଜସ କ୍ରାସ୍‌ ନ ହୋଇ ନ ଯାଉ।
ପ୍ରଧାନମନ୍ତ୍ରୀ ମୋଦି ନଭେମ୍ବର ୨୫ରେ ଯୁଦ୍ଧ ବିମାନ ତେଜସ ଉଡାଇଥିଲେ। ଭାରତୀୟ ବାୟୁସେନା (ଆଇଏଏଫ୍‌) ଅନୁଯାୟୀ, ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଏହି ବିମାନ ଉଡାଇଥିଲେ।

Share