‘ଭାରତ ମାତା କି ଜୟ’ ନାରା ଶୁଣି ଲାଗୁଛି ମୁଁ ଘରକୁ ଆସିଛି: ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ୟାରିସ,୧୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ସମୟରେ ପ୍ୟାରିସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ‘ମୋଦ-ମୋଦି’ ଏବଂ ‘ଭାରତ ମାତା କି ଜୟ’ ସ୍ଲୋଗାନରେ ପୁରା ଅଡିଟୋରିୟମ ଫାଟି ପଡୁଥିଲା। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯେତେବେଳେ ବି ସେ ଦେଶ ବାହାରୁ ‘ଭାରତ ମାତା କି ଜୟ’ ସ୍ଲୋଗାନ ଶୁଣେ, ସେତେବେଳେ ମୋତେ ଘରକୁ ଆସିବା ପରି ମନେହୁଏ। ଏହି ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଫ୍ରାନ୍ସ ଭାରତୀୟ ଛାତ୍ରମାନଙ୍କ ପାଇଁ ଭିସା ଅବଧି ବଢାଇବା ସହିତ ୟୁପିଆଇ ସମ୍ବନ୍ଧରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକ ଚୁକ୍ତି ହୋଇଛି। ପ୍ୟାରିସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମେ ଭାରତୀୟ ଯେଉଁ ସ୍ଥାନକୁ ଯାଆନ୍ତି, ସେଠାରେ ଏକ ମିନି ଇଣ୍ଡିଆ ତିଆରି ହୋଇଯାଏ।

Share