Categories: ଜାତୀୟ

୨୬ ରାଫେଲ ଜେଟ୍‌ କିଣିବା ଉପରେ ମୋହର ଲଗାଇଲା ଭାରତ

ନୂଆଦିଲ୍ଲୀ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ସମୟରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକ ବଡ଼ ପ୍ରତିରକ୍ଷା ଚୁକ୍ତି ଉପରେ ମୋହର ଲାଗିଛି। ଶନିବାର ଭାରତ ସରକାର ଏହା ଘୋଷଣା କରିଛନ୍ତି। ଏହା ଅଧୀନରେ ଭାରତୀୟ ନୈସେନା ଫ୍ରାନ୍ସର ଡାସଲ୍ଟ ଆଭିଏଶନରୁ ୨୬ଟି ନୂତନ ଆଡଭାନ୍ସ ରାଫେଲ ଫାଇଟର ଜେଟ୍‌ ହାସଲ ହେବ। ଯାହା ନୈସେନାର ଆବଶ୍ୟକତା ଅନୁଯାୟୀ ସ୍ବତନ୍ତ୍ର ଭାବରେ ଡିଜାଇନ ହେବ। ପ୍ରଧାନମନ୍ତ୍ରୀ ମୋଦି ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‌ଙ୍କ ସହିତ ଏକ ସାକ୍ଷାତକାର ସମୟରେ ଏହି ଚୁକ୍ତି ହୋଇଥିଲା। ରାଫେଲର ନିର୍ମାତା ଡାସଲ୍ଟ ଆଭିଏସନ ଏ ବିଷୟରେ ସୂଚନା ଦେଇଛି।

Share