Categories: ଜାତୀୟ

ଭାରତୀୟ ନୌସେନାକୁ ମିଳିପାରେ ୨୬ ରାଫେଲ-ଏମ ଫାଇଟର ଜେଟ

ନୂଆଦିଲ୍ଲୀ,୧୦।୭: ଚାଇନା ଓ ପାକିସ୍ତାନର ଗତିବିଧିକୁ ଦେଖି ଭାରତ ନିଜକୁ ଲଗାତାର ଭାବେ ମଜଭୁତ କରି ଚାଲିଛି। ଗତ କିଛି ବର୍ଷରେ ଭାରତୀୟ ସେନାଙ୍କ ଶକ୍ତି କିଛି ଗୁଣା ବୃଦ୍ଧି ହୋଇଛି। ଇତିମଧ୍ୟରେ ଭାରତୀୟ ନୌସେନାର ଶକ୍ତି ବି କିଛି ଗୁଣା ବୃଦ୍ଧି ହେବାକୁ ଯାଉଛି।
ଆଇଏନଏସ ବିକ୍ରାନ୍ତ ପାଇଁ ଫ୍ରାନ୍ସରୁ ୨୬ଟି ରାଫାଲ ବିମାନ ପାଇଁ ଏକ ଚୁକ୍ତି ହୋଇପାରେ, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ସ୍ବାକ୍ଷରିତ ହୋଇପାରେ ବୋଲି କୁହାଯାଉଛି । ଆହୁରି ମଧ୍ୟ କୁହାଯାଉଛି ଯେ ମୋଦିଙ୍କ ଗସ୍ତ ପୂର୍ବରୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଏହି କୋଟି କୋଟି ଟଙ୍କାର ଚୁକ୍ତି ଉପରେ ଶେଷ ମୋହର ଲାଗିପାରେ।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ତିନୋଟି ବୁଡ଼ାଜାହାଜ ନିର୍ମାଣ ବିଷୟରେ ଆଲୋଚନା ହୋଇପାରେ। ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଏହାକୁ ଭାରତକୁ ଆଣିବା ବିଷୟରେ ମଧ୍ୟ ଆଲୋଚନା ହୋଇପାରେ। ଅର୍ଥାତ୍‌ ଏଗୁଡିକ କେବଳ ଭାରତରେ ପ୍ରସ୍ତୁତ ହୋଇପାରିବେ । ତେବେ ଏପର୍ଯ୍ୟନ୍ତ ସରକାରଙ୍କଠାରୁ ଏ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଆଗାମୀ କିଛି ଦିନ ମଧ୍ୟରେ ଏହା ସ୍ପଷ୍ଟ ହୋଇପାରେ ।

Share