ଆତଙ୍କବାଦ ଲଢେଇରେ ଭାରତ-ଫ୍ରାନ୍ସ ଏକାଠି ଅଛନ୍ତି: ପ୍ରଧାନମନ୍ତ୍ରୀ ମୋଦି

ପ୍ୟାରିସ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଥିଲେ। ଏହି ସମୟରେ ସେ ଶୁକ୍ରବାର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ମାକ୍ରୋନ୍‌ଙ୍କ ସହିତ ଏକ ପାରସ୍ପରିକ ଆଲୋଚନାଚକ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆତଙ୍କବାଦ ବିରୋଧ ଲଢେଇରେ ଭାରତ ଏବଂ ଫ୍ରାନ୍ସ ଏକାଠି ଅଛନ୍ତି।

ମୋଦି କହିଛନ୍ତି ଯେ, ସୀମା ଆତଙ୍କବାଦକୁ ହଟାଇବା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ଏବଂ ଏହି ଦିଗରେ ଅଧିକ ପଦକ୍ଷେପ ନେବାକୁ ଉଭୟ ଦେଶ ସହମତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ଏବଂ ସ୍ଥିରତା ନିଶ୍ଚିତ କରିବା ପାଇଁ ଭାରତ ଏବଂ ଫ୍ରାନ୍ସର ଏକ ବିଶେଷ ଦାୟିତ୍ୱ ରହିଛି।

ମୋଦି କହିଛନ୍ତି ଯେ କୋଭିଡ -୧୯ ଏବଂ ୟୁକ୍ରେନ ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି ଏବଂ ଏହା ‘ଗ୍ଲୋବାଲ ସାଉଥ’ ଦେଶ ଉପରେ ବିଶେଷ ନକାରାତ୍ମକ ପ୍ରଭାବ ପକାଇଛି। ସେ କହିଛନ୍ତି, ଏହା ଚିନ୍ତାର ବିଷୟ। ଏହିପରି ସମସ୍ୟାର ସମାଧାନ ଖୋଜିବା ପାଇଁ ଦେଶଗୁଡିକ ମିଳିତ ପ୍ରୟାସ କରିବା ଆବଶ୍ୟକ।

Share