Categories: ଜାତୀୟ

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ବୁଦ୍ଧ ପ୍ରତିମା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୨୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ କର୍ନାଟକର ଚନ୍ଦନ କାଠରେ ନିର୍ମିତ ଏକ ବୁଦ୍ଧ ପ୍ରତିମୂର୍ତ୍ତିକୁ ‘କଦମଉଡ୍‌ ଜିଲି ବକ୍ସରେ’ ଭିତରେ ଉପହାର ଦେଇଛନ୍ତି। ଏହି ବୁଦ୍ଧ ପ୍ରତିମୂର୍ତ୍ତି ଅତ୍ୟନ୍ତ ସ୍ବତନ୍ତ୍ର କାରଣ ଚନ୍ଦନ ଖୋଦନ କରିବାର କଳା ଏକ ସୂକ୍ଷ୍ମ କଳା ଏବଂ ଏହା ଏକ ପ୍ରାଚୀନ ହସ୍ତଶିଳ୍ପ ଯାହା ଶତାବ୍ଦୀ ଧରି କନର୍ର୍ାଟକରେ ଚାଲିଆସୁଛି। ଏହି ଶିଳ୍ପରେ ସୁଗନ୍ଧିତ ଚନ୍ଦନର ଖଣ୍ଡ ଉପରେ ଜଟିଳ ଡିଜାଇନ ଖୋଦେଇ ମୂର୍ତ୍ତି ଏବଂ ଅନ୍ୟାନ୍ୟ ସାଜସଜ୍ଜା ସାମଗ୍ରୀ ତିଆରି ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ସୂଚନାଯୋଗ୍ୟ, କୋଭିଡ -୧୯ ମହାମାରୀ ପରେ ଶାନ୍ତିପୂର୍ଣ୍ଣ, ସ୍ଥିର ଓ ସମୃଦ୍ଧ ବିଶ୍ୱ ପାଇଁ ଭାରତ-ଜାପାନର ରଣନୀତିକ ଭାଗିଦାରୀକୁ ବିସ୍ତାର କରିବାକୁ ପ୍ରଧାନମନ୍ତ୍ରୀ ମୋଦି ସୋମବାର ଜାପାନର ପ୍ରତିପକ୍ଷ ଫୁମିଓ କିଶିଦାଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି।

Share