Categories: ଜାତୀୟ

ହନୁମାନଗଡ଼ି ମନ୍ଦିରରେ ଆଳତୀ ଥାଳିରେ ଏତିକି ଟଙ୍କା ରଖିଲେ ମୋଦି

ନୂଆଦିଲ୍ଲୀ, ୬।୮: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପହଞ୍ଚି ପ୍ରଧ୍ୟାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂଜା କରିଥିଲେ। ଶିଳାନ୍ୟାସ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ହନୁମାନଗଡ଼ି ମନ୍ଦିରକୁ ଯାଇ ସେଠାରେ ଆଳତୀ ଏବଂ ପରିକ୍ରମା କରିଥିଲେ। ସନାତନ ପରମ୍ପରା ଅନୁଯାୟୀ, ଆଳତୀ ପରେ ଦାନ କରାଯାଇଥାଏ। ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପରମ୍ପରାକୁ ଅନୁସରଣ କରି ନିଜ ପକେଟ୍‌ରୁ ଟଙ୍କା କାଢ଼ି ଆଳତୀ ଥାଳିରେ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମ ଟିଭିରେ ସିଧା ପ୍ରସାରଣ କରାଯାଇଥିଲା। ସମସ୍ତେ ଦେଖିଲେ ମୋଦି ପକେଟ୍‌ରୁ ଟଙ୍କା ବାହାରକରି ଆଳତୀ ଥାଳିରେ ରଖିଲେ। ମାତ୍ର ସେ କେତେଟଙ୍କା ରଖିଲେ ତାହା କେହି ଜାଣି ନାହାନ୍ତି। ତେବେ ପ୍ରଧାନମନ୍ତ୍ରୀ ଆଳତୀ ଥାଳିରେ ୨ ହଜାର ଟଙ୍କା ରଖିଥିବା ହନୁମାନନଗଡ଼ି ମନ୍ଦିରର ପୁରୋହିତ କହିଛନ୍ତି।

Share