ନୂଆଦିଲ୍ଲୀ,୭।୨: ଭାରତୀୟ ଜନତା ପାର୍ଟି (ଭାଜପା)ର ସଂସଦୀୟ ଦଳର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ। ଭାଜପା ସଂସଦୀୟ ଦଳ ବୈଠକରେ ତୁର୍କୀ ଏବଂ ସିରିଆରେ ହୋଇଥିବା ବିପର୍ଯ୍ୟୟ ଭୂକମ୍ପରେ ସମବେଦନା ଜଣାଇଛି। ଅନ୍ୟପଟେ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ତୁର୍କୀରେ ଘଟିଥିବା ଭୟଙ୍କର ବିପର୍ଯ୍ୟୟ ଭୂକମ୍ପ ବିଷୟରେ ଆଲୋଚନା କରି ଭାବପ୍ରବଣ ହୋଇଯାଇଥିଲେ। ପ୍ରଧାନମନ୍ତ୍ରୀ ଗୁଜରାଟର କଚ୍ଛରେ ହୋଇଥିବା ଭୂକମ୍ପକୁ ମନେପକାଇ କହିଛନ୍ତି, ଆମେ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛୁ। ଏହି କଷ୍ଟ ସମୟରେ ଭାରତ ତୁର୍କୀକୁ ଯଥା ସମ୍ଭବ ସହାୟତା କରିବ ବୋଲି ମୋଦି କହିଛନ୍ତି।