Categories: ଜାତୀୟ

ଇସ୍ରୋର ମହିଳା ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ବେଙ୍ଗାଲୁରୁ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ)ର ମହିଳା ବୈଜ୍ଞାନିକଙ୍କ ସହ କଥା ହୋଇଛନ୍ତି। ଏହି ମହିଳା ବୈଜ୍ଞାନିକମାନେ ଚନ୍ଦ୍ରୟାନ-୩ର ଅଂଶ ଥିଲେ। ପ୍ରଧkାନମନ୍ତ୍ରୀ ମୋଦି ଚନ୍ଦ୍ରାୟନ-୩ର ସପ୍ଟ ଲ୍ୟାଣ୍ଡିଂର ସଫଲ ମିଶନ ପାଇଁ ସେମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରgିଥିଲେ। ସୂଚନାଯୋଗ୍ୟ, ଦେଶ ବୁଧାବର ଅର୍ଥାତ୍‌ ଅଗଷ୍ଟ ୨୩ ସନ୍ଧ୍ୟାରେ ଚନ୍ଦ୍ରର ସାଉଥ ପୋଲରେ ସଫଳତାପୂର୍ବକ ଲ୍ୟାଣ୍ଡର ସ୍ଥାପନ କରିଥିବା ବିଶ୍ୱର ପ୍ରଥମ ଦେଶ ପାଲଟି ଯାଇଥିଲା।
ଇସ୍ରୋର ଟେଲିମେଟ୍ରି ଟ୍ରାକିଂ ଏବଂ କମାଣ୍ଡ ନେଟୱାର୍କ ମିଶନ କଣ୍ଟ୍ରୋଲ କମ୍ପ୍ଲେକ୍ସର ବୈଜ୍ଞାନିକମାନଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ ଚନ୍ଦ୍ରାୟନ-୩ ମିଶନର ସଫଳତାରେ ମହିଳା ବୈଜ୍ଞାନିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଚନ୍ଦ୍ରରେ ଅବତରଣ କରୁଥିବା ସ୍ଥାନରେ ଥିବା ‘ଶିବ ଶକ୍ତି’ ବିନ୍ଦୁ ବିଜ୍ଞାନକୁ ଗମ୍ଭୀରତାର ସହ ନେବାକୁ ଏବଂ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରିବାକୁ ଅଗାମୀ ପିଢିକୁ ପ୍ରେରଣା ଯୋଗାଇବ। ଲୋକଙ୍କ କଲ୍ୟାଣ ହେଉଛି ଆମର ସର୍ବୋଚ୍ଚ ପ୍ରତିବଦ୍ଧତା।

Share