କଚ୍ଛ,୨୮ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଥିବା ବେଳେ ରବିବାର ଭୁଜରେ ସ୍ମୃତି ସ୍ମାରକର ଉଦ୍ଘାଟନ କରିଛନ୍ତି । ୨୦୦୧ରେ ଭୁଜରେ ହାଇଥିବା ଭୟଙ୍କର ଭୂକମ୍ପରେ ପ୍ରାଣ ହାରାଇଥିବା ୧୩ ହଜାର ଲୋକଙ୍କ ସ୍ମୃତିରେ ଏହି ସ୍ମାରକ ନିର୍ମାଣ କରାଯାଇଛି । ଏହାସହ ୪୭୦ ଏକର ପରିସରରେ ନିର୍ମାଣ କରାଯାଇଥିବା ଏହି ସ୍ମାରକି ମଧ୍ୟ ହୃଦୟ ବିଦାରକ ଘଟଣାରୁ ମକ୍ତି ପାଇବା ପାଇଁ ଲୋକଙ୍କ ସାହସକୁ ଦର୍ଶାଉଛି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କଚ୍ଛର ବିକାଶ, ସମସ୍ତଙ୍କ ପ୍ରୟାସରେ ସାର୍ଥକ ପରିବର୍ତ୍ତନର ଏକ ଭିନ୍ନ ଉଦାହରଣ । କଚ୍ଛ କେବଳ ଏକ ସ୍ଥାନ ନୁହେଁ, ବରଂ ଏହା ଏକ ସ୍ପିରିଟ, ଏକ ଜୀବନ୍ତ ଭାବନା । ଏ ହେଉଛି ସେହି ଭାବନା ଯିଏ ଆମକୁ ସ୍ୱାଧିନତାର ଅମୃତ ମହୋତ୍ସବରେ ବିରାଟ ସଂକଳ୍ପର ସିଦ୍ଧିର ରାସ୍ତା ଦେଖାଉଛି ।