ଅହମଦାବାଦ,୧୦ ।୧୦: ତିନି ଦିନିଆ ଗୁଜରାଟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସେ ଭରୁଚ ଜିଲାର ଆମୋଦରେ ୮ହଜାର କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପରିଯୋଜନା ସମର୍ପିତ କରିଛନ୍ତି । ଏହାସହ ଦେଶର ପ୍ରଥମ ବଲ୍କ ଡ୍ରଗ ପାର୍କର ଶିଳାନ୍ୟାସ କରିଛନ୍ତି । ଏହାପରେ ସେ ତାଙ୍କର ସମ୍ବୋଧନ ଦେଇଛନ୍ତି । ସମ୍ବୋଧନ ଆରମ୍ଭରେ ସେ ପ୍ରଥମେ ପରଲୋକ ହୋଇଥିବା ବରିଷ୍ଠ ନେତା ମୁଲାୟମ ସିଂ ଯାଦବଙ୍କୁ ମନେ ପକାଇଥିଲେ । ମୋଦି କହିଥିଲେ ମୁଲାୟମ ସିଂ ଯାଦବଙ୍କ ପରଲୋକ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ମୁଲାୟମଙ୍କ ସହ ମୋର ଭିନ୍ନ ସମ୍ପର୍କ ଥିଲା । ଏହାପରେ ମୋଦି ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ଭରୁଚ ପରେ ମୋଦି ଆନନ୍ଦ ଜିଲାର ବିଲ୍ଲଭ ବିଦ୍ୟାନଗରରେ ଏକ ଜନସଭାକୁ ସମ୍ବୋଧନ କରିଥିଲେ । ସମ୍ବୋଧନରେ ପ୍ରଧାନମନ୍ତ୍ରୀ ପରୋକ୍ଷ ଭାବେ ପଣ୍ଡିତ ନେହେରୁଙ୍କୁ ଟାର୍ଗେଟ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ସର୍ଦ୍ଦାର ପଟେଲ ଅନେକ ସମାଧାନ କରିଛନ୍ତି, କିନ୍ତୁ ଜଣେ ବ୍ୟକ୍ତି କଶ୍ମୀର ସମସ୍ୟାର ସମାଧାନ କରିପାରିଲେ ନାହିଁ । ମୋଦି ଆହୁରି ମଧ୍ୟ କହିଛନ୍ତି ଭାରତୀୟ ଜନତା ପାର୍ଟି(ଭଜପା) ସର୍ଦ୍ଦାର ପଟେଲଙ୍କ ପଦାଙ୍କ ଅନୁସରଣ କରୁଥିବାରୁ ଦୀର୍ଘ ବିଚାରାଧୀନ କଶ୍ମୀର ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇଛି । ସର୍ଦ୍ଦାର ପଟେଲଙ୍କୁ ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ।