Categories: ଜାତୀୟ

ମୋଦିଙ୍କ ଗୁଜରାଟ ଗସ୍ତ, ବନାସକାଂଠାରେ କଲେ ରୋଡ ଶୋ

ଗାନ୍ଧିନଗର,୩୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟ ଗସ୍ତ କରିଛନ୍ତି। ଏହି ସମୟରେ ସେ ଅମ୍ବାଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପୂଜା ସମୟରେ ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ବି ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ରାଜ୍ୟ ଗସ୍ତ ସମୟରେ ଗୁଜରାଟର ବନାସକାଂଠାରେ ଏକ ରୋଡ ଶୋ କରିଥିଲେ। ପ୍ରଧାନମନ୍ତ୍ରୀ ଅମ୍ବାଜୀ ମନ୍ଦିରରେ ପୂଜା ଓ ଦର୍ଶନ କରଛନ୍ତି। ସେ ମେହସାନାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ କେଭଡିଆ ଯିବେ ଯେଉଁଠାରେ ସେ ଷ୍ଟାଚ୍ୟୁ ଅଫ ୟୁନିଟିରେ ପୁଷ୍ପମାଲ୍ୟ ଅର୍ପଣ କରିବେ, ଯାହା ପରେ ଜାତୀୟ ଏକତା ଦିବସ ପାଳନ କରାଯିବ। ସେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଅନେକ ପ୍ରକଳ୍ପର ଉଦଘାଟନ କରିବେ। ଏହା ପରେ, ୯୮ତମ କମନ ଫାଉଣ୍ଡେସନ ପାଠ୍ୟକ୍ରମର ଅଧିକାରୀମାନେ ପିଏମ ଆରମ୍ଭ ୫.୦ ରେ ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧିତ କରିବେ।

 

Share