Posted inଜାତୀୟ

‘ସାଢେ ୩ ଘଣ୍ଟା ଶୁଅନ୍ତି ପ୍ରଧାନମନ୍ତ୍ରୀ ମୋଦି, ସନ୍ଧ୍ୟା ୬ଟାରେ ପରେ କିଛି ଖାଆନ୍ତିନି’

ନୂଆଦିଲ୍ଲୀ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂତନ ସଂସଦ ଗୃହର କ୍ୟାଣ୍ଟିନରେ ଏମ୍‌ପିମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି। ବିଶେଷ କଥା ହେଲା ଭାଜପା ବ୍ୟତୀତ ବିଭିନ୍ନ ରାଜନୈତିକ ଦଳର ଏମ୍‌ପିମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ବିଜୁ ଜନତା ଦଳର ସସ୍ମିତ ପାତ୍ର, ରିବଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟିର ଏନ.କେ ପ୍ରେମଚନ୍ଦ୍ରନ, ତେଲୁଗୁ ଦେଶମ ପାର୍ଟିର ରାମ ମୋହନ ନାଇଡୁ, ବହୁଜନ ସମାଜ ପାର୍ଟିର ରିତେଶ ପାଣ୍ଡେ ଏବଂ କେନ୍ଦ୍ର ମନ୍ତ୍ରୀ ଏଲ. ମୁରଗନ, ହିନା ଗାବିତଙ୍କ ସମେତ କିଛି ଭାଜପା ନେତା ପିଏମ ମୋଦିଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ, ସେ ଅପରାହ୍ନରେ ଏକ ଭୋଜନ ଉପଭୋଗ କରିଥିଲେ। ବିଭିନ୍ନ ଦଳ ତଥା ଭାରତର ବିଭିନ୍ନ ପ୍ରାନ୍ତରୁ ସଂସଦୀୟ ସହକର୍ମୀମାନେ ଏହାକୁ ଆହୁରି ଉନ୍ନତ କରିଥିଲେ। ସେମାନଙ୍କୁ ଧନ୍ୟବାଦ। ଏହା ସହିତ ପ୍ରଧାନମନ୍ତ୍ରୀ ଭୋଜନ ସମୟର କିଛି ଫଟୋ ମଧ୍ୟ ଶେୟାର କରିଥିଲେ। ସଂସଦର ଶୀତକାଳୀନ ଅଧିବେଶନ ଆଜି ଅର୍ଥାତ୍‌ ଶନିବାର ଶେଷ ହେବ। ଏପ୍ରିଲ-ମେରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ଏହା ସଂସଦର ଶେଷ ଅଧିବେଶନ।

ମଧ୍ୟାହ୍ନ ଭୋଜନ ପରେ କେନ୍ଦ୍ର ମନ୍ତ୍ରୀ ମୁରଗନ କହିଛନ୍ତି , ସମସ୍ତେ ଆଶ୍ଚର୍ଯ୍ୟ ଏବଂ ଖୁସି ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଦୈନନ୍ଦିନ କାର୍ଯ୍ୟ ବିଷୟରେ କଥାବାର୍ତ୍ତା କରିଛନ୍ତି। ସେ ତାଙ୍କର ଯୋଗ, ବିଦେଶ ଯାତ୍ରା, କରାଚି ଯାତ୍ରା ବିଷୟରେ କହିଛନ୍ତି। ଆମେ ତାଙ୍କ ସହିତ ୪୫ ମିନିଟ୍‌ ବିତାଇଲୁ । ତାଙ୍କଠାରୁ ଅନେକ ପ୍ରେରଣାଦାୟକ ଜିନିଷ ଶିଖିବାର ସୁଯୋଗ ପାଇଲୁ । ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ବେଳେ କହିଛନ୍ତି ଯେ ସେ କେବଳ ୩.୫ ଘଣ୍ଟା ଶୋଇଥାନ୍ତି ଏବଂ ସନ୍ଧ୍ୟା ଛଅଟା ପରେ କିଛି ଖାଆନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri