ପ୍ରଧାନମନ୍ତ୍ରୀ ମୋଦି,ଇରାନର ରାଷ୍ଟ୍ରପତିଙ୍କ ମଧ୍ୟରେ ହେଲା ଦ୍ୱିପାକ୍ଷିକ ବୈଠକ

ଜୋହାନ୍ସବର୍ଗ,୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ବୈଦଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି ଗୁରୁବାର ଟୁଇଟ୍‌ କରି ଦୁଇ ନେତାଙ୍କ ସାକ୍ଷାତ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ ଲେଖିଛନ୍ତି ଯେ, ଭାରତ ଏବଂ ଇରାନ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋହାନ୍ସବର୍ଗରେ ଇରାନର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ବ୍ରିକ୍ସ ପରିବାରରେ ଯୋଗ ଦେଇଥିବାରୁ ଇରାନ ଅଭିନନ୍ଦନ ଜଣାଇଛନ୍ତି।

Share