ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ ସମୟରେ ଚନ୍ଦ୍ରାୟନ-୩ର ସଫଳତାକୁ ନେଇ ଭାରତକୁ ଶୁଭେଚ୍ଛା ଜଣାଇଲେ ଇରାନ ରାଷ୍ଟ୍ରପତି

ଜୋହାନସବର୍ଗ,୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାୟସି ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି ଗୁରୁବାର ଟୁଇଟ କରି ଦୁଇ ନେତାଙ୍କ ସାକ୍ଷାତକାର ସମ୍ପର୍କରେ ସୂଚନା ଦେଇଛନ୍ତି।
ସେ ଲେଖିଛନ୍ତି ଯେ ଭାରତ ଏବଂ ଇରାନ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋହାନସବର୍ଗରେ ଇରାନର ରାଷ୍ଟ୍ରପତି ସୟିଦ ଇବ୍ରାହିମ ରାଇସିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ବ୍ରିକ୍ସ ପରିବାରରେ ଯୋଗ ଦେଇଥିବାରୁ ଇରାନ ଅଭିନନ୍ଦନ ଜଣାଇଛନ୍ତି।
ଅରିନ୍ଦମ ବାଗଚି ଆହୁରି ମଧ୍ୟ କହିଛନ୍ତି ଯେ ବ୍ରିକ୍ସରେ ଯୋଗଦେବାରେ ଭାରତର ସମର୍ଥନ ପାଇଁ ରାଷ୍ଟ୍ରପତି ରାଇସି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଚନ୍ଦ୍ରାୟନ ମିଶନର ସଫଳତା ପାଇଁ ରାଷ୍ଟ୍ରପତି ରାଇସି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ସେ କହିଛନ୍ତି ଯେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ଶକ୍ତି, ସଂଯୋଗ ଏବଂ ଆତଙ୍କବାଦ ବିରୋଧୀ କ୍ଷେତ୍ର ସହିତ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଛନ୍ତି। ଚାବାହାର ପ୍ରକଳ୍ପ ସମେତ ଭିତ୍ତିଭୂମି ସହଯୋଗକୁ ତ୍ୱରାନ୍ବିତ କରିବାକୁ ସେମାନେ ରାଜି ହୋଇଥିଲେ। ଆଫଗାନିସ୍ତାନ ସମେତ ଆଞ୍ଚଳିକ ବିକାଶ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ।

Share