Categories: ଜାତୀୟ

ମୋଦିଙ୍କୁ ନେପାଳର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଆଉ ଏକ ସଫଳତା ଯୋଡି ହୋଇଛି। ତାଙ୍କୁ ଖୁବ ଶୀଘ୍ର ଅନ୍ୟ ଏକ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ କରାଯିବ। ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ନଗଡାଗ ପେଲ ଖୋରଲୋରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି ଭୁଟାନ ସରକାର। ଭୁଟାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଭୁଟାନର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଲେଖିଛନ୍ତି ଯେ, ଭୁଟାନ ତାଙ୍କ ବିନା ସର୍ତ୍ତମୂଳକ ବନ୍ଧୁତା ଏବଂ ସମର୍ଥନ କରିବା ଏବଂ ବିଶେଷ କରି କରୋନା ମହାମାରୀ ସମୟରେ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛି। ଏହା ମଧ୍ୟ ଲେଖାଯାଇଛି ଯେ ଭୁଟାନର ପ୍ରତ୍ୟେକ ନାଗରିକ ଏଥିପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା ପାଇଁ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share