ଭାରତ-ଫ୍ରାନ୍ସ କୁଟନୀତିକ ଭାଗିଦାରୀକୁ ପୁରଣ ହେଲା ୨୫ ବର୍ଷ, ହିନ୍ଦିରେ ଟୁଇଟ କରି ଶୁଭେଚ୍ଛା ଜଣାଇଲେ ଫ୍ୟାନ୍ସ ରାଷ୍ଟ୍ରପତି

ପ୍ୟାରିସ,୧୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଫ୍ରାନ୍ସ ଗସ୍ତରେ ଅଛନ୍ତି। ଏହି ସମୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମ୍ୟାକ୍ରୋ ଶୁକ୍ରବାର ସକାଳେ ହିନ୍ଦିରେ ଏକ ଟୁଇଟ କରିଛନ୍ତି।

ଟୁଇଟରେ ସେ ଲେଖିଛନ୍ତି ଯେ ଭାରତ ଏବଂ ଫ୍ରାନ୍ସ ୨୫ବର୍ଷର କୁଟନୀତିକ ଭାଗିଦାରୀ ଏବଂ ବିଶ୍ୱାସ ଓ ବନ୍ଧୁତ୍ୱର ଏକ ଦଢ ବନ୍ଧନର ଉତ୍ସବ ପାଳନ କରୁଛନ୍ତି। ଏହା ବ୍ୟତୀତ ମ୍ୟାକ୍ରୋନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରୁଥିବା ଏକ ଚିତ୍ର ମଧ୍ୟ ଶେୟାର କରିଛନ୍ତି।
ଶୁକ୍ରବାର ରାତି ପ୍ରାୟ ୧୦ଠା ୩୦ରେ ପ୍ରଧାନମନ୍ତ୍ରୀ ମୋଦି ଭାରତ-ଫ୍ରାନ୍ସ ସିଇଓ ଫୋରମରେ ଅଂଶଗ୍ରହଣ କରିବେ। ଏହା ପରେ ବିଳମ୍ବିତ ରାତିରେ ସେ ଲୋଭର ସଂଗ୍ରହାଳୟ ପରିଦର୍ଶନ କରିବେ, ଯେଉଁଠାରେ ସେ ଏକ ରାତ୍ରୀ ଭୋଜନରେ ମଧ୍ୟ ଯୋଗଦେବେ। ଏହା ପରେ ମୋଦି ଏବଂ ଫ୍ରନ୍ସ ରାଷ୍ଟ୍ରପତି ଏଫିଲ ଟାୱାରରେ ଆତସବାଜି ପ୍ରଦର୍ଶନ ଦେଖିବେ।

 

Share