ଗ୍ରୀସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ଏଥେନ୍ସ,୨୫।୮: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ୧୫ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଳମ୍ବିତ ରାତିରେ ଗ୍ରୀସ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଗ୍ରୀସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଆନୁଷ୍ଠାନିକ ସ୍ବାଗତ କରାଯିବ। ସେ ଗ୍ରୀସର ପ୍ରଧାନମନ୍ତ୍ରୀ କିରିଆକୋସ ମିତସୋଟାକିସଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କର ଉନ୍ନତି ବିଷୟରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ଉଭୟ ଦେଶର ବ୍ୟବସାୟିକ ନେତା ତଥା ଭାରତୀୟ ସମ୍ପ୍ରଦାୟ ସହିତ ମଧ୍ୟ ଯୋଗାଯୋଗ କରିବେ ବୋଲି ବିବୃତ୍ତିରେ କୁହାଯାଇଛି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଗଭୀର କରିବାର ଉପାୟ ଉପରେ ଆଲୋଚନା କରାଯିବ। ୪୦ ବର୍ଷ ମଧ୍ୟରେ ଗ୍ରୀସ ଗସ୍ତରେ ଆସିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋଦି। ଏହାପୂର୍ବରୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସେପ୍ଟେମ୍ବର ୧୯୮୩ରେ ଗ୍ରୀସ ଗସ୍ତ କରିଥିଲେ।

Share