Categories: ଜାତୀୟ

ମୈସୁର ପ୍ୟାଲେସରେ ୧୯ ଯୋଗାସନ କରିବେ ମୋଦି

ମୈସୁର,୨୧ ।୬: ଚଳିତ ବର୍ଷ ଅଷ୍ଟମ ଅନ୍ତରାଷ୍ଟୀୟ ଯୋଗ ଦିବସରେ ସାରା ବିଶ୍ୱରେ ୨୫ କୋଟିରୁ ଅଧିକ ଲୋକ ଏକାଥରେ ଯୋଗ କରିବେ । ଚଳିତ ବର୍ଷର ଥିମ ରହିଛି ‘ମାନବତା ପାଇଁ ଯୋଗ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ମୈସୁର ପ୍ୟାଲେସରେ ଯୋଗାସନ କରିବେ । ତାଙ୍କସହ ପ୍ରାୟ ୧୫ ହଜାର ଲୋକ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବେ । ମୋଦି ୧୯ଟି ଯୋଗାସନ କରିବା ସହ ସୁସ୍ଥ ଜୀବନଶୈଳି ପାଇଁ ଯୋଗାସନକୁ ଆପଣେଇବାକୁ ଅପିଲ କରିବେ । ଏହାପରେ ପ୍ରଧାନମନ୍ତ୍ରୀ ମୈସୁର ରାଜ ପରିବାର ସହ ସକାଳ ଜଳଖିଆ ଖାଇବେ । ମୋଦି ତାଙ୍କର ୨ ଦିନିଆ କର୍ନାଟକ ଗସ୍ତରେ ଯାଇ ସୋମବାର ବେଙ୍ଗାଲୁରୁ ପହଞ୍ଚିଛନ୍ତି । ଅନ୍ୟପଟେ ଗୁଜରାଟର କେବଡିଆ ସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟିରେ ଏକ ବଡ ଯୋଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡବିୟ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ ।

Share