‘ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ହ୍ୟୁଷ୍ଟନ ବିଶ୍ୱବିଦ୍ୟାଳୟରେ ତାମିଲ ସିଟ୍‌ ପ୍ରତିଷ୍ଠା ହେବ’, ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା

ଓ୍ବାଶିଂଟନ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆମେରିକାର ଭାରତୀୟ ସମ୍ପ୍ରଦାୟଙ୍କ ସାମ୍ନାରେ ହ୍ୟୁଷ୍ଟନ ବିଶ୍ୱବିଦ୍ୟାଳୟରେ ଏକ ତାମିଲ ସିଟ୍‌ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି, ହ୍ୟୁଷ୍ଟନ ବିଶ୍ୱବିଦ୍ୟାଳୟରେ ତାମିଲ ଷ୍ଟଡି ଚେୟାର ପ୍ରତିଷ୍ଠା ତାମିଲ ସଂସ୍କୃତିର ପ୍ରଭାବ ତଥା ବିଶ୍ୱର ସର୍ବ ପୁରାତନ ତାମିଲ ଭାଷାର ପ୍ରଭାବ ବୃଦ୍ଧି କରିବାରେ ସହାୟକ ହେବ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଆମେରିକାରୁ ଆଜି ଇଜିପ୍ଟ ବାହାରିଛନ୍ତି। ଏହାପୂର୍ବରୁ ସେ ତିନି ଦିନିଆ ଆମେରିକା ଗସ୍ତରେ ଥିଲେ। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଆକର୍ଷଣୀୟ ଥିଲା। ଏହି ସମୟରେ ପିଏମ ମୋଦିଙ୍କୁ ହ୍ବାଇଟ ହାଉସରେ ଭବ୍ୟ ସ୍ବାଗତ କରାଯାଇଥିଲା। ଏଥିସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ ବାଇଡେନ ସହ ଏକ ବ୍ୟକ୍ତିଗତ ରାତ୍ରୀ ଭୋଜନ କରିଥିଲେ। ପରେ ପିଏମ ମୋଦିଙ୍କ ସମ୍ମାନାର୍ଥେ ଏକ ଷ୍ଟେଟ ଡିନର ଆୟୋଜିତ ହୋଇଥିଲା, ଯେଉଁଥିରେ ବିଶ୍ୱର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଯୋଗ ଦେଇଥିଲେ।

 

Share