Categories: ଜାତୀୟ

ଗୁଜରାଟକୁ ମୋଦିଙ୍କ ଫାଇଭ୍ ଷ୍ଟାର ଗିପ୍ଟ

ନୂଆଦିଲ୍ଲୀ,୧୬ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନସିଂ ଜରିଆରେ ଗୁଜରାଟରେ କିଛି ପ୍ରୋଜେକ୍ଟର ଉଦ୍‌ଘାଟନ କରିଛନ୍ତି । ଏଥିରେ ଗାନ୍ଧିନଗରର ରେଲୱେ ଷ୍ଟେଶନ, ଏକ୍ୱେଟିକ ଓ ରୋବୋଟିକ ଗ୍ୟାଲେରୀ, ଗୁଜରାଟ ସାଇନ୍ସ ସିଟିରେ ନେଚର ପାର୍କ ଇତ୍ୟାଦି । ଏଥିମଧ୍ୟରୁ ଏକ୍ୱେଟିକ ଓ ରୋବୋଟିକ ଗ୍ୟାଲେରୀ ଓ ନେଚର ପାର୍କ ବିଷୟରେ ବହୁତ ଆଲୋଚନା ହେଉଛି । ଏବେ ଗୁଜରାଟରେ ଉପରେ ଲୋକେ ହୋଟେଲର ମଜା ନେଉଥିବା ବେଳେ ତଳେ ଦୌଡିବ ଟ୍ରେନ୍ । ଏମିତିକି ରେଲୱେ ଷ୍ଟେଶନରେ ଏବେ ବିମାନ ବନ୍ଦର ଭଳି ସୁବିଧା ମଧ୍ୟ ମିଳିବ । ବହୁ ଦିନରୁ ସାଧାରଣ ଜନତାଙ୍କର ଇଚ୍ଛା ଥିଲା ଯେ ଦେଶର ବିଭିନ୍ନ ରେଲୱେ ଷ୍ଟେଶନରେ ବିମାନ ବନ୍ଦର ଭଳି ସୁବିଧା ମିଳାନ୍ତା ନି । ଏବେ ଏହା ଗୁଜରାଟରେ ସମ୍ଭବ ହୋଇ ପାରିଛି । ଏହି ଅବସରରେ ମୋଦି କହିଛନ୍ତି ବିକାଶ ଦିଗରେ ଅଗ୍ରସର ହେବାକୁ ହେଲେ ଆମକୁ ପୁରୁଣା ଚିନ୍ତା ଧାରାକୁ ପଛକୁ ପକାଇ ଦେବାକୁ ପଡିବ ।

Share