ପାଣାଜୀ,୨୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଗୋଆର ମଡଗାଓଁରେ ୩୭ ତମ ଜାତୀୟ ଖେଳର ଉଦ୍ଘାଟନ କରିଛନ୍ତି। ଅକ୍ଟୋବର ୨୬ରୁ ନଭେମ୍ବର ୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ରୀଡା ମେଳାରେ ବିଭିନ୍ନ କ୍ରୀଡ଼ାର ପ୍ରାୟ ୧୦,୦୦୦ ଆଥଲେଟ ଅଂଶଗ୍ରହଣ କରିବେ। ଗୋଆରେ ଜନ୍ମିତ ଭାରତୀୟ ବୃତ୍ତିଗତ ଓ୍ବିଣ୍ଡ ସର୍ଫର କାତ୍ୟା ଇଡା କୋଏହ୍ଲୋ ପ୍ରଧାନମନ୍ତ୍ରୀଙ୍କୁ ମଶାଲ ଦେଇଛନ୍ତି।