Categories: ଜାତୀୟ

ଭାରତୀୟ ମୋବାଇଲ କଂଗ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଗତି ମଇଦାନରେ ଭାରତ ମଣ୍ଡପମ ଠାରେ ସପ୍ତମ ଭାରତୀୟ ମୋବାଇଲ କଂଗ୍ରେସ-୨୦୨୩ର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ୧୦୦ ‘୫ଜି ୟୁଜ୍‌ କେସ ଲ୍ୟାବସ’ ପ୍ରଦାନ କରିବେ। ଅକ୍ଟୋବର ୨୭ ରୁ ୨୯ ପର୍ଯ୍ୟନ୍ତ ହେବାକୁ ଥିବା ଇଣ୍ଡିଆନ ମୋବାଇଲ କଂଗ୍ରେସ (ଆଇଏମସି) ହେଉଛି ଏସିଆର ସର୍ବବୃହତ ଟେଲିକମ, ମିଡିଆ ଏବଂ ଟେକ୍ନୋଲୋଜି ଫୋରମ। ଟେଲି ଯୋଗାଯୋଗ ଏବଂ ପ୍ରଯୁକ୍ତିବିଦ୍ୟାରେ ଭାରତର ଅବିଶ୍ୱସନୀୟ ଅଗ୍ରଗତିକୁ ଆଲୋକିତ କରିବା, ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବା ଏବଂ ସେମାନଙ୍କର ଅଭିନବ ଉତ୍ପାଦ ଏବଂ ସମାଧାନ ପ୍ରଦର୍ଶନ ପାଇଁ ଏହି କାର୍ଯ୍ୟକ୍ରମ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ।
ଆଇଏମସି ୨୦୨୩ରେ ପ୍ରାୟ ୫ ହଜାର ସିଇଓ ସ୍ତରର ପ୍ରତିନିଧୀ, ୨୩୦ ଉପସ୍ଥାପିକା, ୪୦୦ ଷ୍ଟାର୍ଟଅପ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସମେତ ୨୨ଟି ଦେଶରୁ ଏକ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେବେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ପାଭିଲିୟନ ପରିଦର୍ଶନ କରିଥିଲେ। ସେଠାରେ ସେ ଗଛ ଏବଂ ଉଦ୍ଭିଦକୁ ଜଳ ଏବଂ ଖାଦ୍ୟ ଯୋଗାଇବା ପାଇଁ ସେନସର ବ୍ୟବହାର ବିଷୟରେ ଜାଣିଥିଲେ। ପ୍ରଧାନମନ୍ତ୍ରୀ ଷଷ୍ଠ ଷ୍ଟଲରେ ଆଇଟି ସମାଧାନ ଯାଞ୍ଚ କରିଥିଲେ। ଏହି ସମୟରେ କୁମାର ମଙ୍ଗଲମ ବିର୍ଲା ମଧ୍ୟ ତାଙ୍କ ସହ ଥିଲେ। ଟିସିଏସ ପ୍ୟାଭିଲିୟନରେ ପିଏମ ମୋଦି ୫ଜି ଟେକ୍ନୋଲୋଜି ଏବଂ ଡ୍ରୋନ ଟ୍ରାଫିକକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରସ୍ତୁତ ହେଉଥିବା ଟେକ୍ନୋଲୋଜି ବିଷୟରେ ସୂଚନା ନେଇଥିଲେ।

Share