Categories: ଜାତୀୟ

ଦେଶର ସର୍ବବୃହତ୍‌ କନ୍‌ଭେନସନ୍‌ ସେଣ୍ଟର ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ,୨୬।୭: ଦିଲ୍ଲୀର ପ୍ରଗତି ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସର୍ବବୃହତ ଇଣ୍ଡିଆ ଟ୍ରେଡ୍‌ ପ୍ରମୋଶନ ଅର୍ଗାନାଇଜେସନ୍‌(ଆଇଟିପିଓ) କମ୍ପ୍ଲେକ୍ସକୁ ବୁଧବାର ଉଦ୍‌ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ କନ୍‌ଭେନସନ୍‌ ସେଣ୍ଟରକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ଏହି ସେଣ୍ଟରର ନାମ ‘ଭାରତ ମଣ୍ଡପମ’ ରଖାଯାଇଛି। ୨୭୦୦ କୋଟି ଟଙ୍କା ବ୍ୟୟରେ ଏହି କମ୍ପ୍ଲେକ୍ସ ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ ପୂର୍ବରୁ ପ୍ରଗତି ମଇଦାନରେ ପହଞ୍ଚି ଡ୍ରୋନ ଉଡ଼ାଇ କନ୍‌ଭେନସନ୍‌ ସେଣ୍ଟରର ନାମ ଦେଖାଇଥିଲେ।
ସୂଚନାଯୋଗ୍ୟ, ପ୍ରାୟ ୧୨୩ ଏକର ପରିମିତ ଏହି କମ୍ପ୍ଲେକ୍ସ ବିଶ୍ୱର ଶ୍ରେଷ୍ଠ ୧୦ ପ୍ରଦର୍ଶନୀ ଏବଂ ସମ୍ମିଳନୀ କମ୍ପ୍ଲେକ୍ସ ମଧ୍ୟରୁ ଅନ୍ୟତମ ବୋଲି ମନ୍ତ୍ରଣାଳୟ କହିଛି।

Share