ଲକ୍ଷ୍ନୌ,୧୬ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତରପ୍ରଦେଶକୁ ବଡ ଉପହାର ଦେଇଛନ୍ତି । ୩୪୦ କିଲୋମିଟର ଲମ୍ବା ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍ଘାଟନ କରିଛନ୍ତି ମୋଦି । ଉଦ୍ଘାଟନ ପାଇଁ ମୋଦି ସି-୧୩୦ ହରକ୍ୟୁଲେସ ଏୟାର କ୍ରାପ୍ଟରେ ଆସି ଏକ୍ସପ୍ରେସ ୱେରେ ଲ୍ୟାଣ୍ଡ କରିଥିଲେ ।ଏହି ଉଦଘାଟନି ଉତ୍ସବରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ ପଟେଲ ଉପସ୍ଥିତ ଥିଲେ । ଏହି ଏକ୍ସପ୍ରେସ ୱେ ପୂର୍ବ ଓ ପଶ୍ଚିମ ଉତ୍ତର ପ୍ରଦେଶକୁ ଯୋଡିବ । ଏହି ଅବସରରେ ମୋଦି କହିଛନ୍ତି ୭-୮ ବର୍ଷ ତଳର ଉତ୍ତର ପ୍ରଦେଶ ଓ ଆଜିର ଉତ୍ତର ପ୍ରଦେଶ ମଧ୍ୟରେ ବହୁ ଫରକ ରହିଛି । ଦେଶ ମାଟିର ସେବା କରିବାକୁ ମୋତେ ଅବସର ମିଳିଥିବାରୁ ମୁଁ ଖୁବ୍ ଖୁସି ।