Categories: ଜାତୀୟ

ଦେଶର ପ୍ରଥମ ବିଶ୍ୱସ୍ତରୀୟ ମଡେଲ ରେଳ ଷ୍ଟେଶନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଭୋପାଳ,୧୫।୧୧:ମଧ୍ୟପ୍ରଦେଶର ରାଣୀ କମଳାପତି ରେଳ ଷ୍ଟେଶନକୁ ସୋମବାର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭୋପାଳ, ମଧ୍ୟପ୍ରଦେଶ ଏବଂ ଦେଶ ପାଇଁ ଆଜି ଦିନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଏପରି ଏକ ସମୟ ଥିଲା ଯେତେବେଳେ ଲୋକମାନେ ରେଳ ସୁବିଧା ସୁଧାରିବା ଆଶା ଛାଡିଥିଲେ କିନ୍ତୁ ଆମେ ସେହି ଆଶା ପୂରଣ କରିବା ପାଇଁ କାର୍ଯ୍ୟ କରୁଛୁ। ଗତ କିଛି ବର୍ଷ ହେବ ଦେଶର ରେଳ ଇନଫ୍ରାଷ୍ଟ୍ରକ୍‌ଚର ମଜଭୁତ ହୋଇଛି। ଏହାର ଲାଭ କୃଷକ,ଛାତ୍ର, ବ୍ୟବସାୟୀଙ୍କୁ ମିଳୁଛି ବୋଲି ବୋଲି ସେ କହିଛନ୍ତି।
ରାଣୀ କମଳାପତି ରେଳ ଷ୍ଟେଶନ ହେଉଛି ଦେଶର ପ୍ରଥମ ବିଶ୍ୱ ସ୍ତରୀୟ ମଡେଲ ଷ୍ଟେଶନ। ଏଠାରେ ଯାତ୍ରୀମାନଙ୍କୁ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ଲାଇନରେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି।

Share