Categories: ଜାତୀୟ

ରାଜଘାଟ ପରେ ଲାଲକିଲା ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ,୧୫।୮: ଦେଶର ୭୭ ତମ ସ୍ବାଧିନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ରାଜ ଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହାପରେ ସେ ଲାଲ କିଲାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି।

୭୭ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ କିଲାର ପ୍ରାଚିରରୁ ତ୍ରରଙ୍ଗା ଉଡାଇଛନ୍ତି। କ୍ରମାଗତ ଦଶମ ଥର ଲାଗି ମୋଦି ଲାଲ କିଲାରୁ ପତାକା ଉତ୍ତୋଳନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ତାଙ୍କର ୧୦ ବର୍ଷର ୟୁପିଏ କାର୍ଯ୍ୟକାଳରେ କ୍ରମାଗତ ୧୦ଥର ଲାଲ କିଲାରେ ପତାକା ଉତ୍ତୋଳନ କରିଥିଲେ।

Share