Categories: ଜାତୀୟ

ଇଣ୍ଡିଆ ବନାମ ଭାରତ ବିବାଦରେ ଚୁପ୍‌ ରହିବାକୁ ମନ୍ତ୍ରୀ ପରିଷଦ ବୈଠକରେ ପରାମର୍ଶ ଦେଲେ ମୋଦି

ନୂଆଦିଲ୍ଲୀ,୬।୯: ଭାରତକୁ ନେଇ ମହାଭାରତ ବିବାଦ ଛିଡିଥିବାବେଳେ ମନ୍ତ୍ରୀ ପରିଷଦ ବୈଠକରେ ଇଣ୍ଡିଆ ଓ ଭାରତ ବିବାଦ ଉପରେ କିଛି ନ କହିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମର ସୂଚନାନୁସାରେ ପ୍ରଧାନମନ୍ତ୍ରୀ କେବଳ ସନାତନ ଧର୍ମ ବିବାଦ ଉପରେ କଡା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ବୈଠକରେ ମୋଦି କହିଛନ୍ତି, ଜି-୨୦ବୈଠକ ବିଷୟରେ ଚୟନ ହୋଇଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କୌଣସି ମନ୍ତ୍ରୀ କୁହନ୍ତୁ ନାହିଁ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ବସ ପୁଲ ବ୍ୟବହାର କରିବାକୁ ସୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି। ୯ତାରିଖରେ ହେବାକୁ ଥିବା ରାତ୍ରୀ ଭୋଜନରେ ଯୋଗ ଦେବାକୁ ଥିବା ମନ୍ତ୍ରୀମାନେ ନିଜ ନିଜ ଗାଡିରେ ସଂସଦ ଗୃହରେ ପହଞ୍ଚିବା ପରେ ବସ ଯୋଗେ ସଂଧ୍ୟା ୬.୩୦ ସୁଦ୍ଧା ବୈଠକ ସ୍ଥଳୀକୁ ଯିବାକୁ ପରାମର୍ଶ ଦେଇଛନ୍ତି।

Share