Categories: ଜାତୀୟ

୭ ଭ୍ୟାକ୍ସିନ ନିର୍ମାତାଙ୍କ ସହ ମୋଦିଙ୍କ ବୈଠକ: ପୁନାୱାଲା ବି ସାମିଲ

ନୂଆଦିଲ୍ଲୀ,୨୩ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ୭ ଭ୍ୟାକ୍ସିନ ନିର୍ମାତାଙ୍କ ସହ କଥା ହୋଇଛନ୍ତି । ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ(ଏସ୍‌ଆଇଆଇ)ର ସିଇଓ ଅଦର ପୁନାୱାଲା ବି ଉପସ୍ଥିତ ରହିଛନ୍ତି । ଏହାସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ମିନିଷ୍ଟ୍ରି ଅଫ୍ ଷ୍ଟେଟ ଫର ହେଲ୍‌ଥ ଭାରତି ପ୍ରବିନ ପାୱାର ଏହି ବୈଠକରେ ବସିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଦେଶରେ ୧୦୦ କୋଟି ଭ୍ୟାକ୍ସିନର ଡୋଜ୍ ପୂରଣ ହେବାର ଗୋଟିଏ ଦିନ ପରେ ଏହି ବୈଠକ ବସିଛି ।

Share