ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପୁରୀରେ କରିବେ…

ଭୁବନେଶ୍ୱର,୧୭।୫: ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ । ୧୯ତାରିଖ ରବିବାର ଭୁବନେଶ୍ୱରରେ ପହଞ୍ଚିବା ପରେ ସଂଧ୍ୟା ୭ଟାରେ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଏକ ବୈଠକରେ ସମୀକ୍ଷା କରିବେ ।

ତେବେ ୧୯ ତାରିଖରେ ଭୁବନେଶ୍ୱରରେ ରାତ୍ରୀଯାପନ କରିବେ। ତା’ ପରଦିନ ଅର୍ଥାତ୍‌ ସୋମବାର ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ। ଏହାପରେ ପୁରୀରେ ରୋଡ ଶୋ’ କରିବେ ମୋଦି। ପରେ ଅନୁଗୁଳ ଓ କଟକରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ।

Share